ଏକନାଥ ସିନ୍ଦେଙ୍କୁ ଏହି ଡିଲ୍ ବଦଳରେ ବିଜେପି ଠାରୁ ମିଳିଛି ମୁଖ୍ୟମନ୍ତ୍ରୀ ଗାଦି!
Advertisement
trendingNow11353707

ଏକନାଥ ସିନ୍ଦେଙ୍କୁ ଏହି ଡିଲ୍ ବଦଳରେ ବିଜେପି ଠାରୁ ମିଳିଛି ମୁଖ୍ୟମନ୍ତ୍ରୀ ଗାଦି!

Vedanta and Foxconn Project: ରାଜ ଠାକରେଙ୍କ ଦାବିକୁ ଉଲ୍ଲେଖ କରି ଶିବସେନା କହିଛି ଯେ, "ଏହା ଭଲ ଯେ ସେ ଉଦ୍ବେଗ ପ୍ରକାଶ କରିଛନ୍ତି, କିନ୍ତୁ ଅପରାଧୀ ହେଉଛି ତାଙ୍କର ବନ୍ଧୁ ବିଜେପି । ମହାରାଷ୍ଟ୍ରର ବିକାଶର ସମସ୍ତ ଇଞ୍ଜିନ୍ ବର୍ତ୍ତମାନ ଗୁଜୁରାଟ ଆଡକୁ ମୁହାଁଇବ ।" 

ଏକନାଥ ସିନ୍ଦେଙ୍କୁ ଏହି ଡିଲ୍ ବଦଳରେ ବିଜେପି ଠାରୁ ମିଳିଛି ମୁଖ୍ୟମନ୍ତ୍ରୀ ଗାଦି!

ମୁମ୍ୱାଇ: Vedanta and Foxconn Project: ମହାରାଷ୍ଟ୍ରରେ ପୁଣିଥରେ ରାଜନୀତି ସରଗରମ ହୋଇଉଠିଛି । ବେଦାନ୍ତ ଓ ଫକ୍ସକନ୍ ପ୍ରକଳ୍ପ (Vedanta and Foxconn Project) ମହାରାଷ୍ଟ୍ରରୁ ଗୁଜୁରାଟକୁ ଯିବା ପରେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ବିରୋଧୀ ଶିବସେନା (Shiv Sena), ଏନସିପି (NCP) ଏବଂ କଂଗ୍ରେସ (Congress) ଶାସକ ଭାରତୀୟ ଜନତା ପାର୍ଟି (BJP) ଓ ସିନ୍ଦେ ଗୋଷ୍ଠୀ (Shinde Camp) ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ବିଶେଷକରି ମୁଖ୍ୟମନ୍ତ୍ରୀ (Maharashtra CM) ଏକନାଥ ସିନ୍ଦେ (Eknath Shinde) ଙ୍କୁ ନେଇ ବିରୋଧୀ ଦଳ ଅଧିକ ଆକ୍ରାମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଶିବସେନା ନିଜର ମୁଖପତ୍ର ସାମନା (Saamana) ର ଏକ ସମ୍ପାଦକୀୟରେ କହିଛି ଯେ, ବେଦାନ୍ତ-ଫକ୍ସକନ୍ ଡିଲକୁ ମହାରାଷ୍ଟ୍ରରୁ ଗୁଜୁରାଟ (Gujarat) କୁ ଅତି ସରଳ ଢଙ୍ଗରେ ପଠାଯାଇଛି । ଏଥିପାଇଁ ବିଜେପି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇଛନ୍ତି ।

ଶିବସେନା କହିଛନ୍ତି ଯେ, "ଏହା ଆମର ଅଭିଯୋଗ ନୁହେଁ ବରଂ ଆମର ବିଶ୍ୱାସ । ଠିକ୍ ଯେପରି ଅନ୍ତର୍ଜାତୀୟ ଅର୍ଥ କେନ୍ଦ୍ରକୁ ଫଡନାଭିସ୍ ମୁମ୍ବାଇରୁ ଗୁଜୁରାଟକୁ ପଠାଇଛନ୍ତି, ଠିକ୍ ସେହିପରି ଏକନାଥ ସିନ୍ଦେ ଫକ୍ସକନ୍-ବେଦାନ୍ତ ଡିଲ୍ ଗୁଜୁରାଟକୁ ଯିବାକୁ ଅନୁମତି ଦେଇଛନ୍ତି । ଆଗାମୀ ଦିନରେ ସେ ମୁମ୍ବାଇକୁ ମଧ୍ୟ ବିକ୍ରି କରିଦେବେ । ଫକ୍ସକନ୍ ଆରମ୍ଭ ମାତ୍ର । ଫକ୍ସକନ୍ ଡିଲ୍ ଅତି ସରଳ ଭାବରେ ହୋଇଥିଲା । ଏଥିରୁ ସ୍ପଷ୍ଟ ଯେ ବିଜେପି ଏକନାଥ ସିନ୍ଦେଙ୍କୁ କହିଛି ଯେ ତାଙ୍କୁ ସେମାନେ ମୁଖ୍ୟମନ୍ତ୍ରୀ କରିଛନ୍ତି । ସେମାନଙ୍କର ବିଧାୟକଙ୍କୁ କୋଟି କୋଟି ଟଙ୍କା ଦେଇଛନ୍ତି । ବର୍ତ୍ତମାନ ମହାରାଷ୍ଟ୍ର ରାଜକୋଷର ଚାବି ଆମକୁ ଦେଇଦିଅନ୍ତୁ ।"

ରାଜ ଠାକରେଙ୍କ ଦାବିକୁ ଉଲ୍ଲେଖ କରି ଶିବସେନା କହିଛି ଯେ, "ଏହା ଭଲ ଯେ ସେ ଉଦ୍ବେଗ ପ୍ରକାଶ କରିଛନ୍ତି, କିନ୍ତୁ ଅପରାଧୀ ହେଉଛି ତାଙ୍କର ବନ୍ଧୁ ବିଜେପି । ମହାରାଷ୍ଟ୍ରର ବିକାଶର ସମସ୍ତ ଇଞ୍ଜିନ୍ ବର୍ତ୍ତମାନ ଗୁଜୁରାଟ ଆଡକୁ ମୁହାଁଇବ ।" ଏଠାରେ କହି ରଖୁଛୁ ଯେ, ଗୁଜରାଟକୁ ଯାଉଥିବା ଡିଲର ଯାଞ୍ଚ ପାଇଁ ରାଜ ଠାକରେ ଦାବି କରିଛନ୍ତି । ଶିବସେନା ଆହୁରି ମଧ୍ୟ କହିଛନ୍ତି ଯେ, "ସିନ୍ଦେ ସୁରଟ ଓ ଗୁଆହାଟୀରେ ନିଜର ବିଧାୟକମାନଙ୍କୁ ଆଶ୍ୱାସନା ଦେଉଥିଲେ ଯେ ଭୟ କରିବାର କିଛି ନାହିଁ । ବର୍ତ୍ତମାନ ଆମ ପାଖରେ ଏକ ବଡ଼ ଶକ୍ତି ଅଛି ଯାହା ଆମକୁ ସମର୍ଥନ କରୁଛି । ଆମେ ଯାହା ଚାହିଁବୁ ତାହା ପାଇବୁ । ଶାବାସ୍ ସିନ୍ଦେ! ଆପଣ ଯାହା ଚାହୁଁଥିଲେ ତାହା ପାଇଛନ୍ତି, କିନ୍ତୁ ମହାରାଷ୍ଟ୍ରର ଯୁବକମାନଙ୍କ ଠାରୁ ସେମାନଙ୍କ ରୋଜଗାରର ସୁଯୋଗକୁ ଛଡ଼େଇ ନିଆଯାଇଛି ।"

ଅଧିକ ପଢ଼ନ୍ତୁ:-ନୀତିଶ କୁମାରଙ୍କ ସହ ସାକ୍ଷାତ ପରେ ପ୍ରଶାନ୍ତ କିଶୋର କଲେ ବଡ଼ ଘୋଷଣା!

ଅଧିକ ପଢ଼ନ୍ତୁ:-ବିୟର ପିଉଥିବା ଲୋକମାନେ ସାବଧାନ! ସ୍ୱାସ୍ଥ୍ୟକୁ ପହଞ୍ଚାଇଥାଏ ଏହି ୮ଟି କ୍ଷତି

ଅଧିକ ପଢ଼ନ୍ତୁ:-ପରମାଣୁ ଯୁଦ୍ଧ ହେଲେ ପୃଥିବୀର ସବୁକିଛି ହୋଇଯିବ ଧ୍ୱଂସ, କେବଳ ସୁରକ୍ଷିତ ରହିବ ଏହି ୫ଟି ସ୍ଥାନ!

ବୁଧବାର ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି ଯେ, "ଏକନାଥ ସିନ୍ଦେ କେବଳ ଆମର ୪୦ ଜଣ ବିଧାୟକଙ୍କୁ ନୁହେଁ ବରଂ ମହାରାଷ୍ଟ୍ରର ବଡ଼ ପ୍ରକଳ୍ପକୁ ଗୁଜରାଟକୁ ନେଇଯାଇଛନ୍ତି । ଆମ ରାଜ୍ୟରେ ୨ ଲକ୍ଷ କୋଟି ଟଙ୍କା ଓ ୧ ଲକ୍ଷ ନିଯୁକ୍ତିର ଅବସରର କ୍ଷତି ପାଇଁ କିଏ ଦାୟୀ ।" ସେପଟେ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ସ୍ପଷ୍ଟ କରିଛନ୍ତି ଯେ, ଗୁଜୁରାଟ ଯିବାର ନିଷ୍ପତ୍ତି କିଛି ମାସ ପୂର୍ବେ ସ୍ୱତନ୍ତ୍ର ନିଆଯାଇଥିଲା । ଆଦିତ୍ୟ ଠାକେର କହିଛନ୍ତି ଯେ, ଦୁଇଟି ଭିନ୍ନ ପ୍ରକଳ୍ପ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ କିଛି ବାର୍ତ୍ତା ପ୍ରଚାର କରାଯାଉଛି ।

Trending news